ଅସହାୟ କୃଷ୍ଣଚନ୍ଦ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

0
73

କେନ୍ଦୁଝର( ଆଦ୍ୟାଶା ନ୍ୟୁଜ / ସଂଜୀବ ସାହୁ ) – ଆନନ୍ଦପୁରଉପଖଣ୍ଡ ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ ଇନ୍ଦୁପୁରା ଗ୍ରାମର ଅସହାୟ ବ୍ୟକ୍ତି କୃଷ୍ଣଚନ୍ଦ୍ର ଧିର (୬୭) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବାର ଦେଖାଯାଇଛି ।
ସୂଚନାଯୋଗ୍ୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅସହାୟ ଓ ଗରିବ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ, ମୋକୁଡ଼ି, ବିଜୁପକ୍କାଘର ଆଦି ବିଭିନ୍ନ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଇନ୍ଦୁପୁରା ଗ୍ରାମର କୃଷ୍ଣଚନ୍ଦ୍ର ଧିର ଜଣେ ଗରିବ ଅସହାୟ ବ୍ୟକ୍ତି ହୋଇଥିବା ବେଳେ ଏହି ଯୋଜନାରୁ ବଞ୍ଚିତ ହୋଇଥିବାର ଦେଖାଯାଇଛି । ଗତ କିଛିଦିନ ତଳେ ଲଘୁଚାପ ବର୍ଷାରେ ତାଙ୍କର ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ଅସୁରକ୍ଷିତ ଭାବରେ ରହୁଥିବାର ଦେଖାଯାଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ସରକାରଙ୍କ ଏହି ଉନ୍ନୟନ ମୂଳକ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here