ଅସରାଏ ବର୍ଷା ରେ ମାଷ୍ଟର କଲୋନୀ ପାଲଟିଛି ମହା ସମୁଦ୍ର

0
79

ଦେବଗଡ଼- (ଆଲୋକ ପ୍ରସାଦ / ଆଦ୍ୟାଶା ନ୍ୟୁଜ) ଦେବଗଡ଼ ସହରସ୍ଥିତ ପୌର ପରିଷଦ ଅଧୀନରେ ଥିବା ୧୧ ନମ୍ବର ୱାର୍ଡ ର ମାଷ୍ଟର କଲୋନୀ ଅସରାଏ ବର୍ଷାରେ ପାଲଟିଯାଏ ମହା ସମୁଦ୍ର । ଏ ଭଳିକି ଏହି ମାଷ୍ଟର କଲୋନୀ ଟି ଦେବଗଡ଼ କୋଷାଗାର ର ପଛ ପାର୍ଶ୍ଵ ରେ ଅବସ୍ଥିତ । ଏହି ମାଷ୍ଟର କଲୋନୀ ରେ ନୂତନ ଭାବରେ ନିର୍ମିତ ହୋଇଥିବା କଂକ୍ରିଟ ରାସ୍ତା ର ଦୁଇ ପାର୍ଶ୍ଵରେ ଦେବଗଡ଼ ପୌର ପରିଷଦ ର ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ , ଉଦୟ ନାଥ ଜ୍ୟୋତିଷ ଙ୍କ ଘର ଅଗଣା ରୁ ଟ୍ରେଜେରୀ ପଛ ପାର୍ଶ୍ଵ ପର୍ଯ୍ୟନ୍ତ ୨୦୦ ମିଟର ରାସ୍ତା ବର୍ଷା ଜଳ ରେ ଦୁଵିଯାଇ ମହା ସମୁଦ୍ର ର ଭ୍ରମ ସୃଷ୍ଟି କରେ । ଏହି ରାସ୍ତାରେ ୨ ରୁ ୩ ଫୁଟ ପାଣି ଜମିରହୁଥିବାରୁ ସ୍ଥାନୀୟ ବାସିନ୍ଦା ଓ ଛୋଟ ଛୋଟ ପିଲା ଏହି ପାଣିରାସ୍ତାରେ ବହୁତ କଷ୍ଟରେ ଯିବା ଆସିବା କରିଥାନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଓ ଦେବଗଡ଼ ପୌର ପରିଷଦ ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି , ଏହି କଂକ୍ରିଟ ରାସ୍ତା ର ଦୁଇ ପାର୍ଶ୍ଵରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ ର ବ୍ୟବସ୍ଥା କରିଲେ , ଉକ୍ତ ରାସ୍ତା ଟି ମହା ସମୁଦ୍ର ପାଲଟିବାରୁ ମୁକ୍ତି ପାଇବା ସହିତ ସ୍ଥାନୀୟ ବାସିନ୍ଦା ଓ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ଜନ ସାଧାରଣ ,ବର୍ଷା ସମୟରେ ଆଉ ହଇ ରାଣ ହରକତ ବା ଅସୁବିଧା ଭୋଗ କରନ୍ତେ ନାହିଁ ।

 

 

LEAVE A REPLY

Please enter your comment!
Please enter your name here