ଅଭିଯୁକ୍ତକୁ ଛାଡି ଦେବା ପ୍ରତିବାଦରେ ମହିଳାଙ୍କ ଥାନା ସମ୍ମୁଖରେ ଧାରଣା

0
134

କେନ୍ଦୁଝର (ଆଦ୍ୟାଶା ନ୍ୟୁଜ/ ସଂଜୀବ ସାହୁ ):ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ କୁଆଗଡିଆ ଗ୍ରାମରେ ଜଣେ ଅଭିଯୁକ୍ତକୁ ଛାଡି ଦେବା ପ୍ରତିବାଦରେ ଆଜି ୨୦ରୁ ଉର୍ଦ୍ଧ ମହିଳା ନନ୍ଦିପଦା ଥାନା ସମ୍ମୁଖରେ ଧାରଣାରେ ବସିଥିବାବେଳେ ଥାନା ଆଇଆଇସି ଭିତରପଟୁ ଚାବି ପକାଇ ଦିନ ତମାମ ଥାନା ଭିତରେ ବସିରହିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗରୁ ଜଣାଯାଇଛି ଯେ କୁଆଗଡିଆ ଗ୍ରାମର ମା ମଙ୍ଗଳା ଏସଏସଜି ଗ୍ରୁପ ଓ ମା ବିରଜା ଏସଏସଜି ଗ୍ରୁପର ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କ ଠାରୁ ବିଭିନ୍ନ ଋଣ କରାଇଦେବା ଓ ଘର ଯୋଗାଇଦେବା ନାଁରେ ମରୈଗାଁ ଗ୍ରାମର ଚନ୍ଦ୍ର ଶେଖର ମହାନ୍ତି ପ୍ରତି ସଦସ୍ୟ ମାନଙ୍କ ଠାରୁ ୫ହଜାର କରି ଆଦାୟ କରିନେଇ ଆଉ ଧରାଛୁଆଁ ଦେଇ ନଥିଲେ। ଗ୍ରୁପ ସଦସ୍ୟମାନେ କେନ୍ଦୁଝର ଯାଇ ବୁଝିବାରୁ ସଦସ୍ୟମାନେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ଗତ ତିନିମାସ ତଳେ ନନ୍ଦିପଦା ଥାନାରେ ଅଭିଯୋଗ କରିବାରୁ ପୁଲିସ ଚନ୍ଦ୍ର ଶେଖରକୁ ଡକାଇ ସମାଧାନ କରିବାକୁ କହିଥିଲା। ଚନ୍ଦ୍ର ଶେଖର ତିନିଦିନ ସମୟ ନେଇଥିଲେବି ଆଉ ଧରାଛୁଆଁ ଦେଇ ନଥିଲା। ବାରମ୍ବାର ମହିଳାମାନେ ଥାନାକୁ ଯାଇ ସେମାନଙ୍କ ଦୁଖଃ ବୁଝିବାକୁ ଯେତେ ପ୍ରକାର କହିଥିଲେବି ପୁଲିସ ଓଲଟା ମହିଳା ମାନଙ୍କୁ ଗାଳିଗୁଲଜ କରି ଫେରାଇ ଦେଉଥିଲା। ଚନ୍ଦ୍ରଶେଖରକୁ ଆମେ ପାଉନାହିୁଁ ତୁମେ ଧରିଆଣ ବୋଲି କହିବାପରେ ଗତକାଲି ରାତିରେ ମହିଳାମାନେ ଚନ୍ଦ୍ରଶେଖରକୁ ଧରି ଥାନାରେ ପୁଲିସ ଜିମା ଦେଇଥିଲେ। କିନ୍ତୁ ପୁଲିସ ତା ବିରୁଦ୍ଧରେ କୌଣସି ପଦକ୍ଷେପ ନନେଇ ଛାଡି ଦେବାରୁ ଶାନତିଲତା ଯେନା, ବାସନ୍ତୀ ଯେନା, ବାସନ୍ତୀ ସେଠୀ, ମନୋରମା ଯେନା, ସୁକାନ୍ତୀ ଯେନା, ଭାନୁମତୀ ଯେନା, ଅଲେଖା ଯେନା, ମାଳତୀ ଯେନା, ସେବତୀ ଯେନା, ମଞ୍ଜୁଲତା ଯେନା, କନକ ସେଠୀ, ରାଧାରାଣୀ ଯେନା, ଯାଜ୍ଞସେନୀ ଯେନା, ବିମଳା ଯେନା, କଣ୍ଢେଇ ଯେନା, ସୁବାସିନୀ ଯେନା, ପାଞ୍ଚାଳି ଯେନା, ମେନ୍ା ଯେନା, ସଂଯୁକ୍ତା ଯେନାଙ୍କ ସମେତ ବହୁ ମହିଳା ନନ୍ଦିପଦା ଥାନାରେ ପହଞ୍ଚି ଅଭିଯୁକ୍ତକୁ କାହିଁକି ଛାଡିଦେଲ ବୋଲି ପ୍ରଶ୍ନ କରିଥିଲେ। ଅସହ୍ୟ ଗରମ ହେଉଥିବାରୁ ଆମେ ଛାଡିଦେଲୁ ବୋଲି ପୁଲିସ କହିବା ସହ ମହିଳା ମାନଙ୍କ ସହ ପାଟିତୁଣ୍ଡ କରିଥିଲେ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଠାରୁ ଉକ୍ରୋଚ ନେଇ ଛାଡି ଦେଇଥିବା ଅଭିଯୋଗ କରି ମହିଳାମାନେ ଉତ୍ତେଜିତ ହୋଇ ଥାନା ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ। ମଧ୍ୟାହ୍ନରେ ଥାନା ଆଇଆଇସି ମହିଳାମାନଙ୍କୁ ବୁଝାଇ କୌଶଳକ୍ରମେ ଥାନା ବାହାରକୁ ବାହାର କରିଦେବାପରେ ଗେଟରେ ଚାବି ପକାଇ ଭିତରେ ରହିଥିଲେ। ଏହାକୁନେଇ ମହିଳାଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଗେଟ ବାହାରେ ଦିନ ତମାମ ଧାରଣାରେ ବସିରହିଥିଲେ। ସେମାନଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତଧାରଣାରୁ ହଟିବୁ ନାହିଁ ବୋଲି ଯିଦରେ ଅଟଳ ରହିଥିବାବେଳେ ରାମଚନ୍ଦ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ମାନଙ୍କୁ ବୁଝା ସୁଝା କରୁଛି।

LEAVE A REPLY

Please enter your comment!
Please enter your name here