ଅବ୍ୟବସ୍ଥା ଘେରରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା

0
68
 କେନ୍ଦୁଝର  (ସଂଜୀବ ସାହୁ/ଆଦ୍ୟାଶl ନିଉଜ):କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା ଦେଖାଦେଇଛି। ଉପଯୁକ୍ତ ତଦାରଖ ଅଭାବରୁ  ସ୍ଥାନୀୟ ଓ ବାହାରୁ ଆସୁଥିବା ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ଏଠାରେ ନାହିଁ ନାହିଁରେ ଚାଲିଛି ସ୍ବାସ୍ଥ୍ୟସେବା। ଗୁରୁବାର ଡାକ୍ତରଖାନାର ଟିକେଟ କାଉଣ୍ଟରରେ ସମସ୍ୟା ଦେଖାଦେବାରୁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଭିଡ଼ ନିୟନ୍ତ୍ରଣ ପାଇଁ କମ୍ପ୍ୟୁଟର ବଦଳରେ ହାତ ଲେଖା ଟିକେଟ ପ୍ରଦାନ କରାଯାଇଥିଲା। ରୋଗୀଙ୍କୁ ଟିକେଟ ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନାଯୋଗ୍ୟ, ଏହି ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିତି ସହ ରକ୍ତ କିଣା ବିକା ଅଭିଯୋଗ, ଅସ୍ବାସ୍ଥ୍ୟକର ପରିବେଶ ଓ ପାଣି ସମସ୍ୟା ଲାଗି ରହିଥିବାରୁ ରୋଗୀ ଓ ତାଙ୍କ ସର୍ମ୍ପକୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଅପରପକ୍ଷରେ ଟିକେଟ କାଉଣ୍ଟରରେ ଅନଭିଜ୍ଞ କର୍ମଚାରୀ ନିୟୋଜିତ ହୋଇଥିବାରୁ ତୁରନ୍ତ ରୋଗୀଙ୍କୁ ଟିକେଟ ମିଳିପାରୁ ନାହିଁ। ଫଳରେ ଘଣ୍ଟା ଘଣ୍ଟା ଧରି ରୋଗୀଙ୍କୁ ଲମ୍ବା ଲାଇନ ଲଗାଇବାକୁ ପଡ଼ୁଛି।  ବିଶେଷ କରି ବାହାରୁ ବିଶେଷଜ୍ଞ ଡାକ୍ତର ଆସୁଥିବା ଦିନ ଅଧିକ ଭିଡ଼ ହେଉଥିବା ସୂଚନା ମିଳିଛି। ଏଠାରେ ଅଭିଜ୍ଞ  କର୍ମଚାରୀଙ୍କ ସହ ଅଧିକ ଟିକେଟ କାଉଣ୍ଟର ଓ ସବୁ ସମସ୍ୟାର ସମାଧାନ ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here