ଅବ୍ୟବସ୍ଥା ଘେରରେ ଏଲକଣା ଅଙ୍ଗନବାଡି, ବାରଣ୍ଡାରେ ଚାଲିଛି ପାଠପଢ଼ା

0
50

କେନ୍ଦୁଝର( ସଂଜୀବ ସାହୁ /ଆଦ୍ୟାଶା ନ୍ୟୁଜ): ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ଏଲକଣା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରଟି ନାନା ସମସ୍ୟା ଦେଇ ଗତି କରୁଛି । ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ଥିଲେବି ଘରେ ବର୍ଷା ହେଉଥିବା ବେଳେ ରୋଷେଇ ଘର ନଥିବାରୁ ସେହି ଘର ଭିତରେ ରୋଷେଇ କରାଯାଉଛି । ରୋଷେଇ ଧୁଆଁ ଯୋଗୁଁ ପିଲାମାନେ ଶ୍ରେଣୀଗୃହରେ ବସି ଶିକ୍ଷାଲାଭ କରିପାରୁ ନାହାନ୍ତି । ଫଳରେ ଅଙ୍ଗନବାଡି କର୍ମୀ ବାରଣ୍ଡାରେ ବସାଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରାଯାଉଛନ୍ତି । ସେହିପରି ଅଙ୍ଗନବାଡି ସମ୍ମୁଖ କାଦୁଅ ପଚପଚରେ ପରିପୁର୍ଣ୍ଣ ହୋଇ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଥିବାବେଳେ ଅଙ୍ଗନବାଡି ବାରଣ୍ଡାଟି ବୁଲାଷଣ୍ଢ ମାନଙ୍କ ଚରାଭୁଇଁ ପାଲଟିଛି । ଏଣୁ ବ୍ଲକ କର୍ତ୍ତୁପକ୍ଷ ତୁରନ୍ତ ଏକ ରୋଷେଇଘର ଯୋଗାଇ ଦେବା ସହିତ ଶ୍ରେଣୀଗୃହକୁ ମରାମତି କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here