ଅବ୍ୟବସ୍ଥା ଘେରରେ ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ

0
77

ଅନଗୁଳ (ଆଦ୍ୟାଶା ନ୍ୟୁଜ / ସଲମାନ ଖାନ ) ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପ୍ରତିଦିନ ଶହ ଶହ ରୋଗୀ ଆସୁଛନ୍ତି । ମାତ୍ର ଏଠାରେ ଆବଶ୍ୟକୀୟ ଡାକ୍ତର ନାହାନ୍ତି । ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କେବଳ ସେତିକି ନୁହେଁ, ଚକ୍ଷୁ ଚିକତ୍ସା ପାଇଁ ନିର୍ମାଣ କରାଯାଇଥିବା କୋଠରୀରେ ତାଲା ଝୁଲୁଛି ପ୍ରାୟ 4 ବର୍ଷ ରୁ ଉର୍ଦ୍ଧ ହେବ ଚକ୍ଷୁ ବିଭାଗର ମେସିନ ଗୁଡିକ ଅଚଳ ହୋଇ ପଡିଛି, ସେହିପରି ଏକ୍ସ ରେ ମେସିନ ମଧ୍ୟ 4 ମାସ ହେବ ଅଚଳ ଅବସ୍ଥାରେ ପଡିଛି ଯାହା ଫଳରେ ରୋଗୀ ମାନେ ଉପଯୁକ୍ତ ସେବା ପାଇପାରୁନାହାଁନ୍ତି । ରୋଗୀ ମାନେ ଖାଇବା ପାଇଁ କୋଣସି ସ୍ଥାନ ନଥିବାରୁ ରାସ୍ତାରେ ତଳେ ବସି ଖାଇବା ଖାଇଥାନ୍ତି ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି ମାତ୍ର ସମାଧାନ ହେଉନାହିଁ । ଆହୁରି ମଧ୍ୟ ପ୍ରଶିକ୍ଷିତ ଟେକନିସିଆନ ନ ଥିବାରୁ କୋଟି କୋଟି ଟଙ୍କା ବ୍ୟୟର ମେସିନ ସବୁ ନଷ୍ଟ ହେବାକୁ ବସିଲାଣି । ଏନେଇ ରୋଗୀଙ୍କୁ ଅନଗୁଳ ମେଡିକାଲକୁ ରେଫର କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ମେଡିକାଲ ଅଧିକାରୀ ।

ଏଭଳି ସମାସ୍ୟାର ସମାଧାନ କ୍ଷେତ୍ରରେ ବିଭାଗୀୟ ଉଦାସୀନତାକୁ ବିଭିନ୍ନ ମହଲରେ ନିନ୍ଦା କରିବା ସହ ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here