ଅନୁଗୋଳ ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

0
122

ଅନୁଗୋଳ(ଆଦ୍ୟାଶ| ନିଉଜ)  – ଅନୁଗୋଳ କୋର୍ଟ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାଚନୀ କକ୍ଷରେ ଓକିଲ ସଂଘ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି। ୬ଟି ପଦ ପାଇଁ ମୋଟ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଭୂପେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ତେବେ ସଭାପତି ପଦ ପାଇଁ ୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଉପସଭାପତି ପାଇଁ ୩, ସମ୍ପାଦକ ପାଇଁ ୩, ସହସମ୍ପାଦକ ପାଇଁ ୨ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। କୋଷାଧ୍ୟକ୍ଷ ଓ ସାଂସ୍କୃତିକ ସମ୍ପାଦକ ପାଇଁ ଜଣେ ଲେଖାଏ ନାମାଙ୍କନପତ୍ର ଦାଖଲ କରିଥିବାରୁ ବିନା ପ୍ରତିଦ୍ବନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ପ୍ରଧାନ ସୂଚନା ଦେଇଛନ୍ତି। ବୁଧବାର ପ୍ରାର୍ଥୀଙ୍କ ନାମାଙ୍କନପତ୍ରର ସ୍କ୍ରୁଟିନ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୩୦ତାରିଖରେ ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here