ଅଜଣା ଟ୍ରକ ପଛ ରେ ପିଟିଲା ବସ, ୮ ଗୁରୁତର

0
46

କେନ୍ଦୁଝର(ସଂଜୀବ ସାହୁ/ଆଦ୍ୟାଶ| ନିଉଜ) କେନ୍ଦୁଝର ଟାଉନ ଥାନା ନେଙ୍କଡ଼ା ଘର ନିକଟରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ବଡ଼ବିଲ ରୁ ଭୂବନେଶ୍ଵର ଯାଉଥିବା(ଓଆରଜିର-୨-ବିୟୁ-୮୫୨୫)ଶ୍ରୀ ରାମ ନାମକ ଏକ ଯାତ୍ରୀବାହି ବସ ଭାରସାମ୍ୟ ହରାଇ ଏକ ଅଜଣା ଚଳନ୍ତା ଟ୍ରକ ପଛ ରେ ଧକ୍କା ଦେଇଥିଲା । ଫଳରେ ବସର ସମ୍ମୁଖ ଭାଗ ଟ୍ରକ ପଛ ଡାଲା ରେ ପଶି ଯାଇଥିଲା । ଆଉ ଟ୍ରକ ମଧ୍ୟ ବସ କୁ କିଛି ବାଟ ଘୋସାଡ଼ି ନେଇଥିଲେ । ଯେଉଁଥିରେ ବସର ଡ୍ରାଇଭର ଓ ହେଲପର ବିଷେଶ ଭାବରେ କ୍ଷତିଗସ୍ତ ହୋଇଛନ୍ତି । ଏଥି ସହ ଗାଡ଼ିରେ ଥିବା ଅନ୍ୟ ୬ ଯାତ୍ରୀ ମଧ୍ୟ ଗୁରୁତର ଆହାତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ରାତି ଖବର ପାଇଁ ଟାଉନ ପୋଲିସ ଓ ଅଗ୍ନି ଶ୍ରମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହାତଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲା ।ଅଜଣା ଟ୍ରକ ଟି ଭୟରେ ଦ୍ରୁତଗତିରେ ସେହିଠାରୁ ପଳାଇ ଯାଇଛି।

LEAVE A REPLY

Please enter your comment!
Please enter your name here