ଅଜଣା ଗାଡି ଧକ୍କା ରେ ବୋଲବମ ଭକ୍ତଙ୍କ ମୃତ୍ୟୁ ,ଜଣେ ଗୁରୁତର

0
88

ଦେବଗଡ଼ (ଆଲୋକ ପ୍ରସାଦ/ ଆଦ୍ୟାସା ନ୍ୟୁଜ)ଦେବଗଡ଼ ଜିଲ୍ଲା ସଦର ମହକୁମା ଠାରୁ ୧୦ କିମି ଦୂର ରେ ଥିବା କାଲକାଠ ଗ୍ରାମରେ ଘଟିଛି ଅଭାବନୀୟ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ବୋଲବମ ଭକ୍ତ ମୃତ୍ୟ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର ହୋଇଛନ୍ତି । ଘଟଣା କ୍ରମ ରୁ ଜଣା ପଡେ ତିନିଜଣ ଯୁବକ ଏକ ବାଇକ ଯୋଗେ ଅସରନାଲି ଗ୍ରାମରୁ ଦେବଗଡ଼ ଆସୁଥିବା ସମୟରେ କାଲକାଠ ନିକଟରେ ଅଜଣାଗାଡି ଧକ୍କା ରେ ଭାରସାମ୍ୟ ହରେଇପଡିଯିବାରୁ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ କେହି ପଥଚାରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଆଣିଥିଲେ ଓ ଚିକିଶ୍ଚିତ ଥିବା ଅବସ୍ଥାରେ ଅସରନାଲି କଟା ସାହିର ରବି ବିଶ୍ୱାଳ ଗୁରୁତର ହୋଇ ବୁର୍ଲା ଡାକ୍ତର ଖାନା କୁ ସ୍ଥାନାନ୍ତର ହୋଇଥିବାବେଳେ ଉତମ ଲୁହୁରା (୨୦) ପିତା ଦିଗ ଲୁହୁରା ମୃତ୍ୟୁବରଣ କରିଥିଲେ । ଅନ୍ୟଜଣେ ସାଥି ସମୀର ପଟ୍ଟା ଙ୍କ ସାମାନ୍ୟ ଆଘାତ ହୋଇଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଅଛି । ଘଟଣା ସ୍ଥଳ ରେ ଦେବଗଡ଼ ପୋଲିସ ପହଂଚି ଶବକୁ ଜବତ କରିବା ସହିତ ତଦନ୍ତ ଚାଲୁ ରଖିଛନ୍ତି । ଆସନ୍ତାକାଲି ସୋମବାର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ଟିକୁ ହସ୍ତାନ୍ତର କରାଯିବ ।

 

 

LEAVE A REPLY

Please enter your comment!
Please enter your name here