ଅଁରା ପଦାକଣା ରାସ୍ତା ପାଲଟିଛି ମରଣାଯନ୍ତା, ଗ୍ରାମବାସି ହୀନସ୍ଥା

0
55

କେନ୍ଦୁଝର(ଆଦ୍ୟାଶା ନ୍ୟୁଜ /ସଂଜୀବ ସାହୁ ): ହାଟଡିହି ବ୍ଲକ ଅ ଁରା ଠାରୁ ପଦକଣା ଗ୍ରାମ ପର୍ଯ୍ୟନ୍ତ ରାସ୍ତାଟି ମରଣଯନ୍ତା ପାଲଟିଛି । ପୁର୍ବରୁ ଗ୍ରାମପଞ୍ଚାୟତ ଅଧିନରେ ଥିବାର ଏହି ରାସ୍ତାଟି ଦୀର୍ଘ ଦୁଇବର୍ଷ ହେବ ଆରଡି ବିଭାଗକୁ ହସ୍ତାନ୍ତର ହୋଇଥିବାବେଳେ ବିଭାଗ ପକ୍ଷରୁ ରାସ୍ତାଟି ନିର୍ମାଣ କରାଯାଉ ନଥିବାରୁ ୪/୫ଟି ପଞ୍ଚାୟତର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତାଟି ଉପରେ ଶାଳଣିଆଁ, ଅଁରା, ଡଅଁର, କଳିଗାଁ, ନିଳକ, ପଧାନପଡା ଆଦି ପଞ୍ଚାୟତର ଲୋକମାନେ ନିର୍ଭର କରୁଥିବାବେଳେ ଦୀର୍ଘବର୍ଷ ହେଲା ରାସ୍ତାଟି ମରାମତି କିମ୍ବା ନିର୍ମାଣ ହେଉନଥିବାରୁ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ ହୋଇଗଲାଣି । ଛାତ୍ରଛାତ୍ରୀ ମାନେ ସାଇକେଲ ନେଇ ଏହି ରାସ୍ତାରେ ସ୍କୁଲ ଯିବା ଅଆସିବା କରୁଥିବାବେଳେ ଅନେକ ସମୟରେ ପଡି ଆହତ ହେଉଛନ୍ତି । ଏପରିକି ମେଡିକାଲ ଯିବାପାଥଁ ଆମ୍ବୁଲାନସ ଟିଏ ମଧ୍ୟ ଆସିପାରୁ ନାହିଁ । କାଦୁଅ ଯୋଗୁଁ ରୋଗୀମାନଙ୍କୁ ଖଟିଆରେ ଆମ୍ବୁଲାନସ ପର୍ଯ୍ୟନ୍ତ ଅଣାଯାଇ ମେଡିକାଲ ପଠାଯାଉଛି ବୋଲି ସତ୍ୟବ୍ରତ ଜେନା, ଶରତ ନାୟକ, କେଶବ ସ୍ୱାଇଁ, ସୂøର୍୍ୟମଣୀ ଜେନା, ମୁକ୍ତିକାନ୍ତ ସ୍ୱାଇଁ, କଳାକର ବେହେରା, ପ୍ରଦୀପ କୁମାର ନାୟକ, ସନ୍ତୋଷ ଜେନା, ପର୍ଶୁରାମ ଜେନା, କିଶୋର ଜେନା, ଆନନ୍ଦ ନାୟକ, ଜଳଧର ମଲ୍ଲିକ, ଅଜିତ ବେହେରା, କିଶୋର କୁମାର ଦାସ, ମହେଶ୍ୱର ନାୟକ ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେମାନେ ଏ ବାବଦରେ ପଞ୍ଚାୟତକୁ ଜଣାଇବାରୁ ପଞ୍ଚାୟତ କର୍ତ୍ତୁପକ୍ଷ ଆର.ଡି ବିଭାଗ ରାସ୍ତା ନିର୍ମାଣ କରିବ ବୋଲି କହି ଚୁପ ହୋଇ ବସିଯାଉଛନ୍ତି । ପଞ୍ଚାୟତରୁ ନିରାଶ ହେବାପରେ ଏ ସମ୍ପର୍କରେ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଉଥିଲେବି କୌଣସି ପଦକ୍ଷେପ ନିଆଯାଉ ନଥିବା ଗ୍ରାମବାସୀମାନେ କହିଛନ୍ତି । ଜିଲ୍ଲାପାଳ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here